ବ୍ୟୁରୋ : ଆଜିକାଲିର ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ତ୍ବଚାରେ ବ୍ରଣ, କଳା ଦାଗ ଆଦି ହେବାର ଆଶଙ୍କା ବଢୁଛି । ବ୍ରଣ କିମ୍ବା କୌଣସି ଇନଫେକସନ୍ ହେବା ଦ୍ବାରା ମୁହଁରେ କଳା ଦାଗ ଦେଖାଦେଇଥାଏ । ଯାହା ତ୍ବଚାର ଚମକକୁ ନିମିଷକ ମାତ୍ରେ ଖରାପ କରିଦେଇଥାଏ । ଯାହା ପରବତ୍ତୀ ସମୟରେ ଚିନ୍ତାର କାରଣ ପାଲଟିଯାଇଥାଏ । କମ୍ ଟଙ୍କାରେ ଘରୋଇ ଉପଚାର ମାଧ୍ୟମରେ ଆପଣମାନେ ଏହି ସବୁ ତ୍ବଚା ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ସେହି ଲାଭକାରୀ ପରିବାଟି ହେଉଛି ଟମାଟୋ ଅର୍ଥାତ୍ ବିଲାତି । ଯାହା ଆପଣଙ୍କ ଘରେ ସହଜରେ ମିଳିଯିବ । ତେଣୁ ବ୍ୟସ୍ତ ହେବାର ଦରକାର ନାହିଁ ଏହି ଘରୋଇ ଉପଚାରକୁ ଉପଯୋଗ କରି ନିଜର ତ୍ବଚାକୁ ସୁରକ୍ଷିତ ରଖିପାରିବେ । ଯଦି ଆପଣଙ୍କ ମୁହଁରେ କୌଣସି କଳା କିମ୍ବା ନାଲି ଦାଗ ହୋଇଛି ତେବେ ଆପଣ ଟମାଟୋ ଲଗାଇ ଏହି ଦାଗକୁ ଦୂର କରିପାରିବେ । ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହ ଏକ ଚମକ ଆଣିବାରେ ସାହାର୍ୟ୍ୟ କରିବ । ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ତ୍ବଚାରେ ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ସହିତ ଆପଣ ଟମାଟୋ ଜୁସ୍କୁ ମଧ୍ୟ ମୁହଁରେ ମାସ୍କ ଭାବେ ଲଗାଇ ପାରିବେ । ଏହା ବ୍ୟତୀତ ଟମାଟୋ ସହ ମହୁକୁ ମିଶାଇ ମଧ୍ୟ ତ୍ବଚାରେ ବ୍ୟବହାର କରିପାରିବେ । ମହୁରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ଆଣ୍ଟି ଇମ୍ପ୍ଲିମେଣ୍ଟାରି ଗୁଣ ରହିଛି । ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିବ। ତେଣୁ ଅଧା କପ୍ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାଇ ଦିଅନ୍ତୁ ।
ମୁହଁରେ ଥିବା କଳା ଦାଗକୁ ନେଇ ଚିନ୍ତିତ ? କି ଏହି ପରିବାକୁ କରନ୍ତୁ ବ୍ୟବହାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











