ନୂଆଦିଲ୍ଲୀ : ମିଶନ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବଡ ବୈଠକ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ୩ ମାସ ମଧ୍ୟରେ ୧୦ ଲକ୍ଷ ପରିବାର ସହ ଯୋଡି ହେବା ନେଇ ଲକ୍ଷ୍ୟ ରଖିଛନ୍ତି । ବିଜେପିର ନଜର ମୁସଲିମ ସଂପ୍ରଦାୟ ଉପରେ ରହିଛି । ମୁସଲିମ ସମାଜର ଉଚ୍ଚ ଶିକ୍ଷିତ ପରିବାର ବର୍ଗଙ୍କ ଛଡ ନିମ୍ନ , ମଧ୍ୟବିତ୍ତ ଓ ତଳ ଶ୍ରେଣୀ ପିବାର ବର୍ଗଙ୍କ ସହ ସମ୍ପର୍କ ସ୍ଥାପନା କରିବା ଲକ୍ଷ୍ୟରେ ରହିଛି ବିଜେପି । ଆଗାମୀ ୩ ମାସ ମଧ୍ୟରେ ବିଜେପି ନିଜର ରଣନୀତି ପ୍ରସ୍ତୁତ କରିବ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ନୂଆ ରଣନୀତିକୁ ଆପଣାଇବ ।
ଏହି ବୈଠକରେ ବିଜେପିର ୭ ଜଣ ଅଧ୍ୟକ୍ଷ, ୨୧ ମହାମନ୍ତ୍ରୀ , ୭ କାର୍ଯ୍ୟାଳୟ ଅଧ୍ୟକ୍ଷଙ୍କ ସହ ସମସ୍ତ ପ୍ରଭାରୀ ମହାମନ୍ତ୍ରୀ ବିନୋଦ ତାୱଡେ , ଦୃଷ୍ୟନ୍ତ ଗୈାତମ ସାମିଲ ହୋଇଛନ୍ତି । ଗତ ୧ ମାସ ଧରି ଚାଲିଥିବା ମହାଜନସମ୍ପର୍କ ଅଭିଯାନକୁ ନେଇ ଫିଡ ବ୍ୟାକ ମଧ୍ୟ ନିଆଯାଇଥିଲା । ଏହା ସହ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କିଭଳି ଭାବେ ରୋଡମ୍ୟାପ ପ୍ରସ୍ତୁତ ହେବ ସେ ନେଇ ଆଲୋଚନା ହୋଇଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ବହୁ ସଂଖ୍ୟକ ମୁସଲମାନ ପସମାନ୍ଦାମୁସଲମାନ ଅଟନ୍ତି। ପସମାନ୍ଦା ହେଉଛି ଏକ ପାର୍ସୀ ଶବ୍ଦ । ପସମାନ୍ଦା ଅର୍ଥାତ ଯେଉଁମାନେ ପଛରେ ରହିଯାଇଛନ୍ତି, ଚାପି ହୋଇଛନ୍ତି କିମ୍ବା ନିର୍ୟ୍ୟାତିତ ହୋଇଛନ୍ତି । ପସମାନ୍ଦା ମୁସଲମାନମାନଙ୍କୁ ଟାର୍ଗେଟ କରିବାକୁ ବିଜେପି ଚେଷ୍ଟା କରୁଛି। ଏହାକୁ ଦୃଷ୍ଟିରେ ରଖି ୟୁନିଫର୍ମ ସିଭିଲ କୋଡର ପ୍ରସଙ୍ଗ ମଧ୍ୟ ଉଠାଯାଇଛି। ନିକଟରେ ଭୋପାଳରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉଲ୍ଲେଖ କରିଛନ୍ତି।
ମୁସଲିମ ମାନଙ୍କୁ ନେଇ ବିଜେପିର ମେଗା ପ୍ଲାନ ! ୨୦୨୪ ପାଇଁ ପ୍ରସ୍ତୁତ କରିବ ଭୋଟ ବ୍ୟାଙ୍କ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











