ମହାରାଷ୍ଟ୍ର : ମୁମ୍ବାଇର ଦହିସରରେ ଏକ ଉଚ୍ଚ କୋଠାର ୨୪ତମ ମହଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏପରି ଘଟଣା ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିଲା । ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ନିଅନ୍ତ୍ରଣ କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଥିଲେ । ଏଥିରେ ମହିଳା, ପୁରୁଷ ଏବଂ ପିଲା ସମେତ ୩୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ପରେ ସମସ୍ତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ଗରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୋହିତ ହସ୍ପିଟାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିାବବେଳେ ଜଣେ ଭିନ୍ନକ୍ଷମ ଝିଅର ଅବସ୍ଥା ଗୁରୁତର ରହିଛି । ଏହା ସହିତ ଅନ୍ୟ ୫ଜଣଙ୍କର ଚିକିତ୍ସା ଚାଲୁ ରହିଛି । ନର୍ଦର୍ଣ୍ଣ କେୟାର ହସ୍ପିଟାଲରେ ୧୦ ଜଣଙ୍କୁ ଭର୍ତ୍ତି କରାଯାଇଛି, ଯେଉଁଥିରୁ ଜଣେ ୪ ବର୍ଷର ଶିଶୁର ଅବସ୍ଥା ଗୁରୁତର ରହିଛି ।
Views: 123











