ମୁମ୍ବାଇ : ମୁମ୍ବାଇର ଗୋବାଣ୍ଡିର ବେଗନବାଡି ଅଞ୍ଚଳରେ ଭୟଙ୍କର ନିଆଁ । ନିଆଁ ଯୋଗୁଁ ୧୫ ଘର ପୋଡିଜଳି ପାଉଁଶ । ସକାଳ ୪ଟାରେ ଲୋକ ଘରେ ଶୋଇଥିବା ସମୟରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି। ନିଆଁ ଲାଗିବାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ । ଘଟଣା ପରେ ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀ ଗାଡି ଆସିବା ଆଗରୁ ଲୋକେ ପାଣି ଢାଳି ଲିଭାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇର ଗୋବାଣ୍ଡିରେ ନିଆଁ ଲାଗିବା ଯୋଗୁଁ ଅତିକମରେ ୧୫ଟି ଘର ପୋଡି ପାଉଁଶ ହୋଇଯାଇଛି। ସକାଳ ୪ଟା ସମୟରେ ଏହି ଘଟଣା ଘଟିଛି। ଏଥିରେ କେହି ହତାହତ ହୋଇନାହାନ୍ତି । ତେବେ ନିଆଁ କେମିତି ଲାଗିଲା, ତା’ ଏପର୍ୟ୍ୟନ୍ତ ଜଣାପଡିନାହିଁ ।
Views: 76