ମୁମ୍ବାଇ : ମୁମ୍ବାଇର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଆଜି ଭୋର ପ୍ରାୟ ୩ଟା ସମୟରେ ଘଟିଛି ଅଘଟଣ । MIDC ଅଞ୍ଚଳରେ ଥିବା ଏକ କେମିକାଲ୍ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପର୍ୟ୍ୟନ୍ତ ଏହି ଘଟଣାରେ କୌଣସି ମୃତାହତଙ୍କର ରିପୋର୍ଟ ନାହିଁ । ଏପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ବର୍ତ୍ତମାନ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।
ଆପଣଙ୍କୁ ଜଣାଇ ଦେଉଛୁ ଯେ, ବୁଧବାର ଦିନ ମଧ୍ୟ ଥାଣେ ଜିଲ୍ଲାର ଡୋମ୍ବିଭଲିର ଏମଆଈଡିସି ସ୍ଥିତ ପୋଷାକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଅପରାହ୍ଣ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
Views: 55











