The Ultimate Managed Hosting Platform
ADVERTISEMENT

ମୁମ୍ବାଇ ଧାରାଭିରେ ଏଲପିଜି ଟ୍ରକରେ ନିଆଁ , ଫାଟିଲା ୩୦୦ ସିଲିଣ୍ଡର

Facebook
Twitter
LinkedIn

ନୂଆଦିଲ୍ଲୀ : ମୁମ୍ବାଇର ଧାରାଭି ଅଞ୍ଚଳରେ ଏଲପିଜି ଟ୍ରକରେ ନିଆଁ । ଭୟଙ୍କର ଶବ୍ଦ କରି ଫାଟିଲା ୩୦୦ରୁ ଅଧିକ ସଲିଣ୍ଡର । ଗତକାଲି ରାତିରେ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକରେ ହଠାତ ନିଆଁ ଲାଗିଯିବାରୁ ସେଥିରେ ଥିବା ୩୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟିଥିଲା । ଏହାର ଶବ୍ବ ଓ ନିଆଁ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ପୋଲିସ, ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ଏଥିରେ କାହାର କିଛି କ୍ଷତି ହୋଇନି କି ଧନଜୀବନ ହାନି ହୋଇନି । ସ୍ଥାନୀୟ ବିଧାୟକ ବାବୁରାଓ ମାଣେ କହିଛନ୍ତି, ଧାରାଭି ନେଚର ପାର୍କ ନିକଟରେ ସିଲିଣ୍ଟର ଭର୍ତ୍ତି ଟ୍ରକରେ ନିଆଁ ଲାଗିଯାଇଥିଲା । ଏଥିରେ ସିଲିଣ୍ଡର ଭର୍ତ୍ତି ହୋଇଥିଲା । ନିଆଁ ଲାଗିବା ଯୋଗୁଁ ସବୁ ସିଲିଣ୍ଡର ଫାଟିଥିଲା । ଘଟଣା ସ୍ଥଳରେ ୨୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

ADVERTISEMENT

Login