ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦୀର୍ଘ ୨ ଘଂଟା ଧରି ଲୋକେ ତାଙ୍କୁ ବନ୍ଦୀ କରି ରଖିଥିଲେ । ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଭୁବନେଶ୍ୱର ୪୩ ନମ୍ବର ୱାର୍ଡରେ ତାଙ୍କୁ ବିରୋଧ ଘଟଣାରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚିଠିରେ ସେ ଲେଖିଛନ୍ତି, ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡରେ ତାଙ୍କୁ କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା । ଏକ ସଭାକୁ ଯାଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ତାଙ୍କ କାରକୁ ଅଟକାଇଥିଲେ । ସେ ପୋଲିସକୁ ଅପେକ୍ଷା କରି କାରରେ ୨ ଘଣ୍ଟା ବସି ରହିଥିଲେ । ତାଙ୍କର ଯେଉଁ ୨ ଘଣ୍ଟା ସମୟ ନଷ୍ଟ ହେଲା ସେଥିପାଇଁ ଦାୟୀ କିଏ? ନଷ୍ଟ ହୋଇଥିବା ସମୟ କିପରି ଭରଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି? ସୁରକ୍ଷା ପାଇଁ ସରକାରଙ୍କ ଏପରି ପାତରଅନ୍ତର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ । ଗତକାଲି ରାତିରେ ଅପରାଜିତା ଜନସମ୍ପର୍କ ସଭାକୁ ଆସୁଥିବାବେଳେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଅପରାଜିତାଙ୍କ ସମର୍ଥକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିକ୍ଷୋଭକାରୀଙ୍କ ଅଭିଯୋଗ ସାଂସଦଙ୍କ ଗତ ୪ ବର୍ଷ ହେଲା ଦେଖା ମିଳୁନଥିଲା । ଦିନେ ମଧ୍ୟ ସାଂସଦଙ୍କ ପାଦ ୪୩ ନମ୍ବର ୱାର୍ଡରେ ପଡିନାହିଁ । ଏବେ ନିର୍ବାଚନ ପାଖେଇ ଆସିବାରୁ ସାଂସଦ ପୁଣି ଆସୁଥିବାରୁ ତାଙ୍କୁ ବିରୋଧ କରାଯାଉଥିବା ବିକ୍ଷୋଭକାରୀ କହିଥିଲେ । । ବିରୋଧ ପରେ ଜନସମ୍ପର୍କ ସମାବେଶର ଯୋଗଦେଇଥିଲେ ଅପରାଜିତା ଷଡଙ୍ଗୀ । ତେବେ ଜଣେ ସାଂସଦଙ୍କ ଗାଡିକୁ ଏପରି ଅଟଳାଇବା କେତେ ଦୂର ଠିକ ଯାହାକୁ ନେଇ ଅନେକ ଆଲୋଚନା ମଧ୍ୟ ହେଉଛି । ଏହି ସମୟରେ ସାଂସଦ ଅପରାଜିତାଙ୍କର କିଛି ସମର୍ଥକ ତାଙ୍କୁ ଖାଇବାକୁ ଦେଇଥିଲେ । ସାଂସଦ ଅପରାଜିତା କହିଥିଲେ କି , ଆଜିର ଦିନରେ ୭ଟି ଜିଲ୍ଲା ଗସ୍ତ କରିଥିବାରୁ ମୁଁ କିଛି ଖାଦ୍ୟ ଗ୍ରହଣ କରି ନାହିଁ । ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି,ଦୀର୍ଘ ୨ ଘଣ୍ଟା ସମୟ ନଷ୍ଟ ପାଇଁ ଦାୟୀ କିଏ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











