ନୂଆଦିଲ୍ଲୀ : ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ହୋଇଛି ନକ୍ସଲ ଆକ୍ରମଣ। ନକ୍ସଲମାନେ ନାରାୟଣପୁରରେ ଆଇଇଡି ବ୍ଲାଷ୍ଟ୍ କରିଛନ୍ତି। ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ରାଜଧାନୀରେ ଆୟୋଜିତ ସମାରୋହରେ ଯେତେବେଳେ ବିଷ୍ଣୁଦେଓ ସାଏ ସିଏମ୍ ପଦର ଶପଥ ନେବାକୁ ଯାଉଥିଲେ, ସେତିକିବେଳେ ନାରାୟଣପୁରରେ ଏହି ଆକ୍ରମଣ ହୋଇଥିଲା।
କୁହାଯାଉଛି ଯେ ନକ୍ସଲମାନେ ନାରାୟଣପୁରର ଆମଦଇ ଖଣିରେ ଏହି ବିସ୍ଫୋରଣ କରିଛନ୍ତି। ଏଠାରେ ମାଟିତେଳେ ଆଇଇଡି ପୋତାଯାଇଥିଲା, ଯାହା ସଂସ୍ପର୍ଶରେ ସିଏଏଫ୍ ୯ମ ବିଏନ୍ ବାଟାଲିୟନର ୨ ଜଣ ଯବାନ ଆସିଯାଇଥିଲେ। ଏଥିରେ ସିଏଏଫ୍ କନଷ୍ଟେବଳ କମଳେଶ ସାହୁ ସହିଦ ହୋଇଥିବା ବେଳେ କନଷ୍ଟେବଳ ବିନୟ କୁମାର ସାହୁ ଆହତ ହୋଇଛନ୍ତି। ଏସ୍ପି ପୁଷ୍କର ଶର୍ମା ଏହି ଆକ୍ରମଣକୁ ନିଶ୍ଚିତ କରିଛନ୍ତି।
Views: 126











