ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ କଟାକ୍ଷ । ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କଲେ କଟାକ୍ଷ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଦଳୀୟ ଆଭିମୁଖ୍ୟରୁ ଉର୍ଦ୍ଧ୍ବରେ ରହିବା ଆବଶ୍ୟକ। ଗୋଟେପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ବିଜେପି ସରକାର ଏବେ ବାଲ୍ୟାବସ୍ଥାରେ ଅଛି। ଅନ୍ୟପଟେ ୭୦ ବର୍ଷ ପୂର୍ବର ସରକାରଙ୍କ ଦୋଷତ୍ରୁଟି କଥା କହୁଛନ୍ତି। ସେହିଭଳି ବଡ ଠାକୁର ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇଥିବା ବେଳେ ପହଣ୍ଡି ବେଳେ ତାଙ୍କୁ ଚାଳମାଳରେ ତଳେ ପକେଇଦେବା, ମଦକୁ ନେଇ ଦୁଇ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଉକ୍ତି ଏପରିକି ଓଡିଆ ଭାଷାକୁ ବିକୃତ କରିବା କଣ ଓଡିଆ ଅସ୍ମିତାର ପରିଚୟ ବୋଲି ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି। ଗତ ୨୪ ବର୍ଷରେ ଯାହା ନବୀନ ପଟ୍ଟନାୟକ କରିଛନ୍ତି, ବିଜେପି ସରକାର କେବଳ ନାଁ ଓ ରଙ୍ଗ ବଦଳାଉଛନ୍ତି। ନବୀନ ତାଙ୍କ ଶାସନ କାଳରେ ଯାହା କରିଛନ୍ତି ତାହା ପ୍ରକୃତ ଲୋକାଭିମୁଖୀ ସରକାରର ପରିଚୟ। ଆଶା କରୁଛୁ ମୋହନ ମାଝୀ ଯାହା ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରିବେ। ଶସ୍ତା ବକ୍ତବ୍ୟରୁ ନିବୃତ୍ତ ରହନ୍ତୁ ବୋଲି ଲେନିନ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ଲେନିନ ମହାନ୍ତିଙ୍କ କଟାକ୍ଷ, କହିଲେ ଶସ୍ତା ବକ୍ତବ୍ୟରୁ ନିବୃତ ରହନ୍ତୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











