The Ultimate Managed Hosting Platform
ADVERTISEMENT

ମିଶନ ଶକ୍ତି ମହିଳାଙ୍କୁ ଦରମା ନ ମିଳିବା ପ୍ରସଙ୍ଗ , ନବୀନ କହିଲେ ଷଡଯନ୍ତ୍ର କରୁଛି ବିଜେପି

Facebook
Twitter
LinkedIn

ଭୁବନେଶ୍ୱର : ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ନବୀନଙ୍କ ଟାର୍ଗେଟ । ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡଯନ୍ତ୍ର କରୁଛି । ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି କହିଲେ ବିରୋଧୀ ଦଳ ନେତା ନବୀନ । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ କଥା ନୁହେଁ । ବିଜେଡ଼ି ସର୍ବଦା ମିଶନ ଶକ୍ତି ମହିଳାଙ୍କ ସହିତ ରହିଛି ବୋଲି ନବୀନ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login