ପଞ୍ଜାବ : ପଞ୍ଜାବ ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ । ଗୁଳିମାଡରେ ୪ଜଣ ସହିଦ ହୋଇଛନ୍ତି । ଗୁଳିମାଡରେ ୪ ଯବାନ ପ୍ରାଣ ହରାଇଥିବା ସ୍ପଷ୍ଟ କଲା ସେନା । ଭୋର ୪ଟା ୩୫ ରେ ଗୁଳିମାଡ ହୋଇଛି । ତେବେ ଗୁଳିମାଡ କିଏ କରିଛି ତାହା ଜଣା ପଡି ନାହିଁ । ଗୁଳିମାଡ ହୋଇଥିବା ଅଞ୍ଚଳକୁ ସିଲ୍ ସହ ସର୍ଚ୍ଚ ଅପରେସନ ଜୋରଦାର ହୋଇଛି । ସେପଟେ ଆତଙ୍କୀ ହମଲା ନୁହେଁ ବୋଲି କହିଛି ପଞ୍ଜାବ ପୋଲିସ । ଦୁଇ ଦିନ ତଳେ ଷ୍ଟେସନରୁ ଗୋଟିଏ ରାଇଫଲ ଚୋରି ହୋଇଥିଲା । ଦୁର୍ଘଟଣା ପରେ ଷ୍ଟେସନ କ୍ୱିକ୍ ରେସ୍ପନ୍ସ ଟିମ୍କୁ ଆକ୍ଟିଭ୍ କରି ଦିଆଯାଇଛି ।
Views: 96











