The Ultimate Managed Hosting Platform
ADVERTISEMENT

“ମିଗଜୋମ” ହେଲା ଭୀଷଣ ବାତ୍ୟା

Facebook
Twitter
LinkedIn

ଭୁବନେଶ୍ୱର : ମାଡି ଆସୁଛି ବାତ୍ୟା । ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ମିଗଜୋମ । ଏହାର ପ୍ରଭାବରେ ତାମିଲନାଡୁ , ଆନ୍ଧ୍ରରେ ଜୋରରେ ହେଉଛି ବର୍ଷା । ଏ ନେଇ ଆଜିଠୁ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା । ବାତ୍ୟା ପ୍ରଭାବରେ ଓଡ଼ିଶାରେ ଭୀଷଣ ବର୍ଷା ହେବ । ଆଜିଠାରୁ କିଛି ସ୍ଥାନର ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲି ବର୍ଷା ପ୍ରଭାବ ଅଧିକ ରହିବ।
କାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୧୧୫ରୁ ୨୦୪ ମିଲିମିଟର ଯାଏ ବର୍ଷା ହୋଇପାରେ ।
ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୬ ତାରିଖରେ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ସତର୍କତା । ଓଡ଼ିଶା ଉପକୂଳ ସମୁଦ୍ର ଆଜିଠାରୁ ଅଶାନ୍ତ ରହିବ । ଏଥିପାଇଁ ୬ ତାରିଖ ଯାଏ ଓଡ଼ିଶା ଉପକୂଳ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।
ତେବେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କିମି ବେଗରେ ଅଗ୍ରସର । ଚେନ୍ନାଇର ପୂର୍ବ ଉତ୍ତର ପୂର୍ବକୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ । ନେଲୋରରୁ ୧୭୦ ଓ ପୁଡୁଚେରୀରୁ ୨୦୦ କିମି ଦୂରରେ ବାତ୍ୟା । ବାପଟୁଲାରୁ ୩୦୦ ଓ ମଛଲିପଟ୍ଟନମରୁ ୩୨୦ କିମି ଦୂରରେ ବାତ୍ୟା । ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ନେଲୋର ଓ ମଚ୍ଛଲିପଟ୍ଟନମ୍ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ । ଭୀଷଣ ବାତ୍ୟା ରୂପ ନେଇ ବାପଟୁଲ୍ା ପାଖରେ ଅତିକ୍ରମ କରିବ । ସ୍ଥଳଭାଗ ଛୁଇଁଲା ବେଳେ ପବନ ବେଗ ୯୦ରୁ ୧୧୦ କିମି ବେଗ ରହିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login