The Ultimate Managed Hosting Platform
ADVERTISEMENT

ମାହାଙ୍ଗା ମୃତ୍ୟୁ : ଖେଳ ଶିକ୍ଷକଙ୍କ ଘରେ ପୁଲିସ

Facebook
Twitter
LinkedIn

ମାହାଙ୍ଗା : ମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା । ତଦନ୍ତ ପାଇଁ ଖେଳ ଶିକ୍ଷକଙ୍କ ଘରେ ପହଁଚିଲା ପୁଲିସ । ଜଗତସିଂହପୁର ଛେଳିଆଗଡ ଗାଁରେ ତଦନ୍ତକାରୀ ଟିମ୍ । ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚିଛନ୍ତି । ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣଙ୍କ ଚିଠିରେ ଅନେକ କିଛି ଲେଖିଥିଲେ । ଏହାବାଦ ସେ ଆଉ କିଛି କହିଥଲେ କି ମଧ୍ୟ ସେ ନେଇ ପ୍ରଶ୍ନ ଉଠିଛି ।
ଅନ୍ୟପଟେ ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା କରିଛନ୍ତି । ଏହାସହ ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି । ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଉତର ରଖିବାକୁ କହିଛନ୍ତି ରାଜ୍ୟ ମହିଳା କମିଶନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login