ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ବଢିଛି ତାତି । ପୁଣି ପାରଦ ଉପର ମୁହାଁ ହେବ। ପ୍ରଥମେ ଉପକୂଳ ଓଡ଼ିଶା, ପରେ ଅନ୍ୟସ୍ଥାନମାନଙ୍କର ତାପମାତ୍ରା ବଢ଼ିବ। ଅନ୍ୟପଟେ ମଝିରେ ଅର୍ଥାତ ମାର୍ଚ୍ଚ ୪ ଓ ୫ ରେ କିଛି ସ୍ଥାନରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ। ଏପରିକି ମାର୍ଚ୍ଚ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ।
Views: 74