ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଲୁଟ ,ରାହାଜାନି, ଚୋରି, ଅପରାଧର ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ପୋଲିସର ହାତ ଖାଲି । ଲୁଟେରା ମାନଙ୍କ ଆଗରେ ପୋଲିସର କ୍ଷମତା ଯେମିତି ଶୂନ । ଆପଣଙ୍କୁ ଏ ଘଟଣା ଶୁଣିଲେ ଆଶ୍ଚ ର୍ଯ୍ୟ ଲାଗିବ ଯେ ଗୋଟିଏ ଗାଁରେ ଅଚେତ କରି ଲୁଟ୍ରା ମାନେ ଟଙ୍କା ଓ ସୁନା ଲୁଟ କରି ନେଇ ଯାଇଛନ୍ତି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମୃଗନୟନୀ ଗାଁ ରେ । ଗାଁରେ ପୁରାପୁରି ସିରିଜ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁବାସ ନାୟକ, ଉମାକାନ୍ତ ରାଉତ, ରାଜେଶ ରାଉତଙ୍କ ଘରେ ଲୁଟ ହୋଇଛି । ଘରେ ପଶି କେମିକାଲ ସ୍ପ୍ରେ ବ୍ୟବହାର କରି ପରିବାର ଲୋକଙ୍କୁ ଅଚେତ କରି ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ସୁବାସ ନାୟକ ନିଜ ପ୍ଲାଣ୍ଟରେ କାମ ସାରି ଘରକୁ ଫେରି ଶୋଇଥିଲେ । ନିଦ ଭାଙ୍ଗିଲା ପରେ ରୋଷେଇ ଘର ଲୁହ ଝରକା ତାଡି ଘରକୁ ପଶି ଗଡ଼ରେଜ ଭାଙ୍ଗି ସୁନା ରୁପା ସହ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିଲା ଜାଣିଥିଲେ। ସେହିପରି ଉମାକାନ୍ତ ରାଉତଙ୍କ ମାଟି ଘରର ପଛ କବାଟ ତାଡି ଘରେ ପଶି ସୁନା ଅଳଙ୍କାର ସହ ଏକ ଲକ୍ଷ ସତୁରି ହଜାର ଟଙ୍କା ଲୁଟି ନେଇଛନ୍ତି । ଏପଟେ ରାଜେଶ ରାଉତଙ୍କ ଘର ତାଡି ମଧ୍ୟ ଲୁଟ କରିଛନ୍ତି ଲୁଟେରା । ମତୋ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ମାତିଲେ ଲୁଟେରା, ଗାଁରେ ସିରିଜ ଲୁଟ : ଅଚେତ କରି ନେଇଗଲେ ସୁନା ଓ ୨୫ ଲକ୍ଷ ଟଙ୍କା

Facebook
Twitter
LinkedIn
Facebook
Twitter
LinkedIn
Recent News
ଜଳିଗଲା ୩ ମହଲା ଘର
ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...
ବିହାର ପାଇଁ ଜେଡିୟୁର ପ୍ରାର୍ଥୀ ଘୋଷଣା
ବିହାର : ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୫୭ ଜଣଙ୍କ ନାଁ । ଚିରାଗ ପାଶୱାନ ଦାବି କରୁଥିବା ୪ଟି ସିଟରେ ପ୍ରାର୍ଥୀ ଦେଲା ଜେଡିୟୁ ।...
ନାଣ୍ଡୁ ଅପରାଧି ଚରିତ୍ରର ବ୍ୟକ୍ତି ; ଭକ୍ତ ଦାସ
ଭୁବନେଶ୍ୱର : କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତିଙ୍କ ସ୍ପଷ୍ଟ ମତ । ନାଣ୍ଡୁ ଧଳ ଜଣେ ଅପରାଧିକ ଚରିତ୍ରର ବ୍ୟକ୍ତି । ସେ...
ସ୍କୁଲ ବସ-ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ମୃତ
ଉମରକୋଟ : ସ୍କୁଲ ବସ୍ ଓ ବାଇକ ମୁହାଁମୁହିଁ ଧକ୍କା । ବାଇକ ଚାଳକ ମୃତ, ୩ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଗଞ୍ଜାପାର...