ଭୁବନେଶ୍ୱର : ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ । ଚଳିତବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ପୁଅ କୃତକାର୍ଯ୍ୟ । ବହୁ ପ୍ରତୀକ୍ଷିତ ଏହି ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରଥିଲେ। ଏଥିରୁ ୫,୦୨,୪୧୭ ଜଣ ପରୀକ୍ଷା ଦେଇିଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୨,୪୦,୨୫୧ ଜଣ ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ ଜଣ ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡ୍ରେ ୧୮୧୨, ଏ-୨ ଗ୍ରେଡ୍ରେ ୧୨,୨୦୦, ବି-୧ ଗ୍ରେଡ୍ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍ରେ ୧,୩୩,୮୮୨, ଡି ଗ୍ରେଡ୍ରେ ୧,୪୬,୧୫୪ ଓ ଇ ଗ୍ରେଡ୍ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ସବୁ ସ୍କୁଲରେ ପିଲାମାନେ ପାସ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି।
ସେହିପରି ମଧ୍ୟମାରେ ୩୩୪୩ ଫର୍ମଫିଲପ କରିଥିବା ବେଳେ ୨୯୧୭ ପରୀକ୍ଷା ଦେଇଥିଲେ। ଏଥିରୁ ୨୮୬୮ ଜଣ ପାସ କରିଛନ୍ତି, ଯାହା ୮୫.୭୯ ପ୍ରତିଶତ। ଓପନ ସ୍କୁଲିଂ ପାଇଁ ୫୬୦୬ ଜଣ ଫର୍ମ ଫିଲପ୍ କରିଥିଲେ। ସେଥିରୁ ୫୫୯୧ ଜଣ ପରୀକ୍ଷା ଦେଇଥିଲେ। କିନ୍ତୁ ୪୧୮୧ ଜଣ ପାସ କରିଛନ୍ତି, ଯାହାକି ୭୬.୭୮ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି।
ମାଟ୍ରିକ ରେଜଲ୍ଟ : ଏଥର ବି ପୁଅଙ୍କୁ ଟପିଲେ ଝିଅ , ଗଜପତିରେ ସର୍ବାଧିକ ଓ କୋରାପୁଟରେ ସର୍ବନିମ୍ନ ପାସ ହାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











