ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର । ଓଡିଶାକୁ ୧ ନଂ ରାଜ୍ୟ କରିବା ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ । ୨୫ ବର୍ଷ ଶାସନ କାଳରେ ଓଡିଶା ଆଜି ପଛରେ ପଡିଛି । କଂଗ୍ରେସକୁ ଦଶନ୍ଧି ଦଶନ୍ଧି ଧରି ସୁଯୋଗ ଦେଲେ, ବିଜେଡିକୁ ୨୫ ବର୍ଷ ସୁଯୋଗ ଦେଲେ ଏବେ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡ଼ିଶାକୁ ୧ ନମ୍ବର କରି ଦେଖାଇବୁ । ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ବିଜେଡିକୁ ହଜମ ହେଲାନି । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇଲେ ନାହିଁ ।
Views: 68