ଚେନ୍ନାଇ :ମା’ ଗୋଟିଏ ଅକ୍ଷରର ଏହି ଶବ୍ଦରେ ରହିଛି ଅନେକ ସ୍ନେହ, ମମତା ଓ ଭଲପାଇବା । ମା’ର ସ୍ଥାନ ଜୀବନରେ ସବୁଠୁ ଉଚ୍ଚରେ। ମା’ ପ୍ରତି ଭଲପାଇବା କେବେ କମେନା। ମା’ ପାଖରେ ଥାଉ ବା ନଥାଉ ମା’ର ଆର୍ଶୀବାଦ କିନ୍ତୁ ପିଲା ଉପରେ ସବୁବେଳେ ରହିଥାଏ। ଚେନ୍ନାଇର ଅମରୁଦ୍ଦିନ ଶେଖ୍ ଦାଉଦ ସାହେବ ମଧ୍ୟ ଜୀବନର ପ୍ରତିଟି କ୍ଷେତ୍ରରେ ମା’ର ମୂଲ୍ୟକୁ ବୁଝିଛନ୍ତି। କାରଣ ସେ ଯାହା ବି ହୋଇଛନ୍ତି କେବଳ ତାଙ୍କ ମା’ ପାଇଁ। ଅମରୁଦ୍ଦିନ ଶେଖ୍ ଦାଉଦ ସାହେବ ଜଣେ ସଫଳ ହାର୍ଡୱେୟାର ବ୍ୟବସାୟୀ। ମା’ ଆଜି ତାଙ୍କ ପାଖରେ ନାହାନ୍ତି। କିନ୍ତୁ ମା’ ପ୍ରତି ଥିବା ତାଙ୍କ ନିଆରା ଭଲପାଇବା ପାଇଁ ସେ ମା’ଙ୍କ ସ୍ମୃତିରେ ଏକ ମିନି ତାଜମହଲ ନିର୍ମାଣ କରିଛନ୍ତି। ଏହି ମିନି ତାଜମହଲଟି ଅମରୁଦ୍ଦିନ ତାଙ୍କ ପୈତୃକ ଗାଁ ତାମିଲନାଡୁର ତିରୁବରୁରରେ ନିର୍ମାଣ କରିଛନ୍ତି। ସେ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୨୦ରେ ଜୈଲାନି ବିବି ଅମରୁଦ୍ଦିନ ଶେଖଙ୍କ ମାଙ୍କ ଦେହାନ୍ତ ହୋଇଗଲା। ଏହା ଅମରୁଦ୍ଦିନଙ୍କ ଜୀବନରେ ସବୁଠୁ ବଡ଼ ଝଟ୍କା ଥିଲା। ତାଙ୍କ ମା’ଙ୍କର ଅମାବାସ୍ୟାରେ ମୃତ୍ୟୁ ହୋଇଥିଲା। ତେଣୁ ପ୍ରତି ଅମାବାସ୍ୟାରେ ସେ ୧୦୦୦ ଲୋକଙ୍କୁ ବିରିୟାନି ଭୋଜି ଦିଅନ୍ତି। ଖାଲି ସେତିକି ନୁହେଁ ମା’ ପାଇଁ ସେ ତାଜମହଲ ନିର୍ମାଣ କରିଛନ୍ତି। ରାଜସ୍ଥାନରୁ ମାର୍ବଲ ମଗାଇ ତାମିଲନାଡ଼ୁର ପୈତୃକ ଗ୍ରାମରେ ସେ ୧ ଏକର ଜମି କିଣି ତାଜହମଲ ନିର୍ମାଣ କରିଛନ୍ତି।
“ମା’ଙ୍କ ପାଇଁ ମିନି ତାଜମହଲ”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











