କରାଚି : ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଖାଦ୍ୟ ପାଇଁ ହିଂସା ଆରମ୍ଭ ହୋଇଯାଇଛି । ମାଗଣା ଅଟା ପାଇବା ପାଇଁ ପାକିସ୍ତାନର କରାଚିରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଖାଦ୍ୟ ପାଇଁ ପ୍ରଥମ ଥର ପାଇଁ ଏପରି ଅଘଟଣ ଘଟିଛି ପାକିସ୍ତାନରେ । ରମଜାନ ଉପଲକ୍ଷେ ଶୁକ୍ରବାର ରାତିରେ କରାଚି ସହରରେ ଏକ ଲୋକାଲ କମ୍ପାନୀ ପକ୍ଷରୁ ମାଗଣା ଅଟା ବଣ୍ଟନ ହେଉଥିଲା । ମାଗଣା ଅଟା ପାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଯାଇଥିଲେ । ଫଳରେ ଅଟା ପାଇବା ପାଇଁ ସେମାନଙ୍କ ମଧ୍ୟରେ ଦଳାଚକଟା ଓ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଥିବା ଜଣାଯାଇଛି । ଦଳାଚକଟାରେ ଅନେକ ଲୋକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ ଜଣ ଶିଶୁ ଅଛନ୍ତି । ଅନ୍ୟ ୫ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନରେ ସବୁ ଜିନିଷର ଦାମ ଏବେ ଆକାଶ ଛୁଆଁ ହୋଇଥିବା ବେଳେ ଅଟାର ଦାମ ଗତ ବର୍ଷ ତୁଳନାରେ ୪୫ % ବୃଦ୍ଧି ପାଇଛି ।
ମାଗଣା ଅଟା ପାଇବା ପାଇଁ କରାଚିରେ ଦଳାଚକଟା, ୧୧ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ
କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ...
ମେଳାରେ ଅଗ୍ନିକାଣ୍ଡ : ୩୦ ଦୋକାନ ପାଉଁଶ
ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
୫୦ ଲକ୍ଷର ସୁନାଗହଣା ପୋଛିନେଲେ !
ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ ।...
ଭ୍ୟାନକୁ ପିଟିଲା ହାଇୱା :୨୦ ଆହତ
ସୁବର୍ଣ୍ଣପୁର : ଭ୍ୟାନକୁ ପଛରୁ ଧକ୍କା ଦେଲା ହାଇୱା । ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଏନଏଚ ୫୭ ଝିଙ୍କି ପନ୍ଥେଇ ନିକଟରେ ସଡକ...