The Ultimate Managed Hosting Platform
ADVERTISEMENT

ମାଓ କ୍ୟାମ୍ପରୁ ବିସ୍ପୋରକ ଠାବ

Facebook
Twitter
LinkedIn

ନୂଆପଡା : ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ । ସିନାପାଲି ଥାନା ଝୋଲାପଡା ଗାଁ ନିକଟ ପାଟଧରା ଜଙ୍ଗଲରେ ଠାବ । ୨୮ଟି ଡିଟୋନେଟର , ୧ କେଜି ବିସ୍ଫୋରକ ସହ ବହୁ ସାମଗ୍ରୀ ଜବତ । ଏସଓଜି, ଡିଭିଏଫ, କୋବ୍ରା ଓ ସିଆରପିଏଫ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ପାଟଦରା ସଂରକ୍ଷିତ ଜଙ୍ଗଲରେ ଓଡ଼ିଶା ଓ ଛତିଶଗଡର ଟପ ମାଓନେତା ମେଳି ସହ ବଡଧରଣର ଅଘଟଣ ଘଟେଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।
ସେହି ଅଞ୍ଚଳରେ ସିଆରପିଏଫ, ଏସଓଜି ଓ ଡିଭିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା । ଏହାପରେ ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ପରେ ସେଠାରୁ ପୋଲିସ ମାଓକ୍ୟାମ୍ପ ଠାବ କରିଛି। ଏବେବି ସଂପୃକ୍ତ ଅଂଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login