The Ultimate Managed Hosting Platform
ADVERTISEMENT

ମାଆକୁ ହାଣିଦେଲା ପୁଅ

Facebook
Twitter
LinkedIn

ପାରାଦୀପ : ମା କୁ ହାଣି ବିଭତ୍ସ ଭାବେ ହତ୍ୟା କଲା ପୁଅ । ଲକ୍ ଥାନା ଭୂତ ମୁଣ୍ଡାଇ କୁମାର ସାହିରେ ଅଭାବନୀୟ ଘଟଣା । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତ ପୁଅ ଏବେ ଥାନାରେ ଅଟକ । ମୃତକ ପାରାଦୀପ ଗଡ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ ।
ସୂଚନା ଅନୁଯାୟୀ ଗତକାଲି ସୁଲୋଚନାଙ୍କର ମା ଙ୍କର ଶ୍ରାଦ୍ଧ ଥିଲା ଏଥିରେ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଘରକୁ ଫେରିଥିବା ବେଳେ ଆଜି ଭୋର ସକାଳୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମା ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଭାବେ କାର୍ୟ୍ୟ କରୁଥିବା ବେଳେ ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲ କୁ ନବା ଆଣିବା କରେ। ଆଜି ସକାଳୁ ସୁଲୋଚନା ଦାଣ୍ଡ ପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ପୁଅ ଅଂଶୁମାନ ଏକ କଟୁରୀ ସାହାଯ୍ୟରେ ମାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା ସୁଲୋଚନାଙ୍କର ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login