କଟକ : ରାସ୍ତାକଡ ମାଛ ଓ ମାଂସ ଦୋକାନରେ ସିଏମସିର ଚଢାଉ । ବିଜୁପଟ୍ଟନାୟକ ଛକ ସ୍ଥିତ ବିଭିନ୍ନ ଛକରେ ଏନଫୋର୍ସମେଣ୍ଟ ଟିମର ଚଢାଉ । ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଚାଲିଛି ଚଢାଉ । ମାଂସ ଜବତ କରିବା ସହ ମାଂସ କାଟିବା ଯନ୍ତ୍ରାଂଶ ମଧ୍ୟ ଜବତ । ରାସ୍ତାକଡରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ । ହାଇକୋର୍ଟରେ ହୋଇଥିବା ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଗତକାଲି ସିଏମସି ଡେପୁଟି କମିଶନର ଏବଂ ସ୍ୱାସ୍ଥ୍ୟ ଅଧିକାରୀ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ୍ ରଖିଥିଲେ । ଏହା ପରେ ଆଜି ଆକ୍ସନ ମୋଡକୁ ଆସି ବେଆଇନ୍ ମାଂସ କଟା ଦୋକାନରେ ଚଢାଉ କରି ବନ୍ଦ କରିଛନ୍ତି ।
Views: 83











