କଟକ : ଆଶ୍ୱିନ ମାସ ଠାରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ। ମା ଦଶଭୂଜା ଧରାପୃଷ୍ଠରେ ଅବତରଣ କରିଥାନ୍ତି । ମହାଳୟା ଠାରୁ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏହି ପୂଜା ଦଶମୀ ପର୍ୟ୍ୟନ୍ତ ଚାଲବ । ସଶ୍ୟ ଶ୍ୟାମଳା ପରିବେଶ ମଧ୍ୟରେ ରହିଛି ବିରିଡି ବ୍ଲକ ଗରାମ ଦରଡାଶାସନ ଗ୍ରାମରେ ଥିବା ମା , ଶଙ୍ଖେଶ୍ୱରୀ ଦୁଲାଦେବୀଙ୍କ ପୀଠସ୍ଥଳୀ । ଏଠାରେ ମାଙ୍କର ଦୈନଦିନ ପୂଜା ସାଙ୍ଗକୁ ,ଆଶ୍ୱିନ ମାସ ମହାଳୟାର ପରଦିନ ଠାରୁ ଆରମ୍ଭ ହୋଇଛି ଦ୍ୱାଦଶତମ ବାର୍ଷିକ ନବରାତ୍ର ପୂଜା । ଏହି ନବମୀ ଦିନ ପୂର୍ଣ୍ଣାହୁତି ଦିଆଯାଇ ନବରାତ୍ର ପୂଜା ସଂପୂର୍ଣ୍ଣ କରାଯିବ । ଏହି ପୂଜା ଦେଖିବା ପାଇଁ ପ୍ରତିଦିନ ମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଏହି କାର୍ୟ୍ୟରେ ପରିଚାଳନା କମିଟିର ସଭାପତି ସୌମ୍ୟ ରଞ୍ଜନ ପରିଡ଼ା, ସଂପାଦକ ସୁଶାନ୍ତ ବେହେରା,ମୁଖ୍ୟ ପୂଜକ ସନ୍ତୋଷ ଶତପଥୀ, ପ୍ରକାଶ ବେହେରା, ମୁଖ୍ୟ ପରିଚାଳକ ଲକ୍ଷ୍ମୀ ଧର ପରିଡ଼ା, ଅମିନ ଚରଣ ବେହେରା, ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀଧର ନାୟକ, କର୍ତ୍ତା ପ୍ରଭାକର ନାୟକ, କର୍ତ୍ତୀ ହିରାମଣି ନାୟକ, ପ୍ରମୁଖ ସଦସ୍ୟ ମାନେ ନବରାତ୍ର କାର୍ୟ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ଏଥିରେ ଗ୍ରାମର ସମସ୍ତ ଯୁବକ ଏବଂ ବୟଜ୍ୟେଷ୍ଠ ବ୍ୟକ୍ତି ସହଯୋଗ କରୁଛନ୍ତି ।
ମା ଶଙ୍ଖେଶ୍ୱରୀ ଦୁଲାଦେବୀଙ୍କ ପୀଠରେ ନବରାତ୍ର ପୂଜା

Facebook
Twitter
LinkedIn
Facebook
Twitter
LinkedIn
Recent News
ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା
ନୂଆଦିଲ୍ଲୀ : ଭୁଶୁଡ଼ିଲା ୪ ମହଲା କୋଠା । ଦିଲ୍ଲୀରେ ବଡ଼ ଅଘଟଣ । ଭଗ୍ନାବଶେଷ ତଳେ ୧୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି...
ଡାକ୍ତର ରାଉଳ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ବେଷ୍ଟ ସର୍ଜନ ଭାବେ ରାଜ୍ୟସ୍ତରରେ ପୁରସ୍କୃତ
ନବରଙ୍ଗପୁର : ବେଷ୍ଟ ସର୍ଜନ ଭାବେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ସୁମନ୍ତ ରାଉଳଙ୍କୁ ରାଜ୍ୟ...
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ !
ଭୁବନେଶ୍ୱର : ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ । ଏଫଏମ ମହାବିଦ୍ୟାଳୟର ଗେଟ ସମ୍ମୁଖରେ ଅଭାବନୀୟ ଘଟଣା । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ...
ବିମାନ ଦୁର୍ଘଟଣା : ଆସିଲା ତଦନ୍ତ ରିପୋର୍ଟ
ନୂଆଦିଲ୍ଲୀ : ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ପକ୍ଷରୁ ବଡ ଖୁଲାସା । ଅପ୍ରତ୍ୟାଶିତ ଭାବରେ ଦୁଇଟି ଇଞ୍ଜିନ କାମ କଲାନି । ଏକ ସେକେଣ୍ଡରେ...