The Ultimate Managed Hosting Platform
ADVERTISEMENT

ମା ମାରିଥିଲା ଯାଆଁଳା ଶିଶୁଙ୍କୁ

Facebook
Twitter
LinkedIn

ଅନୁଗୁଳ : କୂଅରୁ ଯାଆଁଳା ଶିଶୁଙ୍କୁ ମୃତଦେହ ଉଦ୍ଧାର ଘଟଣା । ମା ହିଁ ନିଜେ ୨ ଶିଶୁଙ୍କୁ ମାରିଥିବା ପରିବାର ଲୋକଙ୍କ ଅଭିଯୋଗ । ମାରିଥିବା ନେଇ ସ୍ୱୀକାର କରିଥିବା କହିଲେ ମୃତ ଶିଶୁଙ୍କ ବଡ ବାପା । ଶିଶୁ ଦୁଇଙ୍କ ମା ତପସ୍ୱିନୀ ସାହୁକୁ ଥାନାକୁ ଉଠେଇ ନେଲା ବନ୍ତଳା ପୋଲିସ । ମା ନିଜେ ଶିଶୁ ଦୁଇଟିକୁ କୂଅରେ ପକାଇ ଦେଇଥିବା ପରିବାର ଲୋକଙ୍କ ଆଗରେ ମାନିଲା ପରେ ତପସ୍ବିନୀକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଛୁଆଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।
ପରିବାର ଲୋକେ ମାଆକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ୩ ମାସର କଅଁଳା ପିଲାଙ୍କୁ କୂଅରେ ପକାଇ ଗତକାଲି କିଏ ହତ୍ୟା କଲା ବୋଲି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଗତକାଲି ଅପରାହ୍ନରେ କୂଅରୁ ମିଳିଥିଲା ଭାଇଭଉଣୀଙ୍କ ମୃତଦେହ । ମୃତକ ସୁନୀଲ ସାହୁଙ୍କ ପୁଅ ସାଇ ଓ ଝିଅ ଶ୍ରଦ୍ଧା । ମାଆ ତପସ୍ବିନୀ ସାହୁ ଉଭୟ ଛୁଆଙ୍କୁ ଘରେ ଛାଡ଼ି କ୍ଷୀର ଆଣିବାକୁ ଯାଇଥିଲେ ବୋଲି କୁହାଯାଉଥିଲା ।
ପରେ କୂଅରେ ଉଭୟ ଶିଶୁ ଭାସୁଥିବା ଦେଖିବାକୁ ମିଳିଥିଲା । କୂଅରୁ ଉଦ୍ଧାର କରି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login