କାମାକ୍ଷାନଗର : ମହୁମାଛି ଆକ୍ରମଣରେ ୨ ଶିଶୁ ସମେତ ୪ ଗୁରୁତର । କନ୍ଦରସିଂଗା ରାମେଶ୍ୱର ମନ୍ଦିରରୁ ଫେରିବା ବେଳେ ମହୁମାଛି ଆକ୍ରମଣ । ଜଗନ୍ନାଥପୁର ପଞ୍ଚାୟତ ପିପଳ ଗାଁର ଗୋଟିଏ ପରିବାରର ୪ ଗୁରୁତର । ଅଧିକ ଚିକିତ୍ସା ପାଇଁ ୪ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର । ଗୁରୁତରମାନେ ହେଲେ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ପିପ୍ପଳା ଗାଁର ବାବୁ ରାଉତ, ସ୍ତ୍ରୀ ଶର୍ମିଷ୍ଠା ରାଉତ, ୫ବର୍ଷର ପୁଅ ଜଗା ଓ ୮ବର୍ଷର ଝିଅ ପୁନମ ରାଉତ । ସମସ୍ତେ ବାଇକ ଯୋଗେ ରାମେଶ୍ୱର ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Views: 73