The Ultimate Managed Hosting Platform
ADVERTISEMENT

ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ

Facebook
Twitter
LinkedIn

ରାଇରଙ୍ଗପୁର : ମହୁମାଛି ଆକ୍ରମଣରେ ଚାଲିଗଲା କନିଷ୍ଠ ଯନ୍ତ୍ରୀଙ୍କ ଜୀବନ । ପ୍ରାଣ ହରାଇଲେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ମୁର୍ମୁ । ମହୁଲଡ଼ିହସ୍ଥିତ କ୍ୱାର୍ଟର୍ସରେ ବିଶ୍ୱନାଥଙ୍କୁ ମହୁମାଛିମାନେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସୂଚନାଯୋଗ୍ୟ ଯେ ବାରିପଦା ପୌର ପରିଷଦର ତୁଳସୀ ଚଉରାର ଶ୍ୟାସୁନ୍ଦର ମୁର୍ମୂଙ୍କ ପୁଅ ତିରିଂ ବ୍ଳକ ସେକ୍ସନର କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ଆଜି ସକାଳ ୯ ଟାରେ ରାଇରଙ୍ଗପୁରସ୍ଥ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ୟ୍ୟସ୍ଥଳକୁ ଯିବାକୁ ବାହାରୁଥିବା ସମୟରେ ହଠାତ୍ ଘର ସମ୍ମୁଖରେ ଥିବା ଏକ ବିଶାଳକାୟ କୃଷ୍ଣଚୂଡା ଗଛରେ ବହୁ ସଂଖ୍ୟାରେ ବସା ବାନ୍ଧିଥିବା ବାଘୁଆ ମହୁମାଛିମାନେ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ। ଏହାପରେ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ତାଙ୍କୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି, ଅମାୟିକ, ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login