ଭୁବନେଶ୍ୱର : ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ମହିଳା ନେତା ଓ କର୍ମୀ । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରିଛନ୍ତି କଂଗ୍ରେସର ହଜାର ହଜାର ମହିଳା ନେତ୍ରୀ ଓ କର୍ମୀ । ବିଜେଡି ଶାସନରେ ମହିଳାମାନେ ଅସୁରକ୍ଷିତ, ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ଆଣି ଘେରାଉ କରିବାକୁ ବାହାରିଛି କରିଛି କଂଗ୍ରେସ ।ଏହାପୂର୍ବରୁ କଂଗ୍ରେସ ଭବନ ସାମ୍ନାରେ ଏକ ବିଶାଳ ମହିଳା ସମାବେଶ କରାଯାଇଥିଲା । ସେହି ସଭାରେ ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା କହିଛନ୍ତି ବିଧାନସଭା ଓ ଲୋକସଭା ଆସନରେ ୫୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ କଂଗ୍ରେସ । ୩୩ ନୁହେଁ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ ଦଳ । ଏହାସହ ନାରୀ ନିର୍ୟାତନା ଓ ହିଂସା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅଳକା ଲାମ୍ବା ।
Views: 84