The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ଦୁଷ୍କର୍ମ ସହ ମାଡ !

Facebook
Twitter
LinkedIn

ଜଗତସିଂହପୁର : ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ମାଡ ଅଭିଯୋଗ । ଛେଳି ଚରାଇ ଫେରୁଥିବା ବେଳେ ରଘୁନାଥ ପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଦୁଷ୍କର୍ମ ଉଦ୍ୟମ ସହ ଜଣେ ଦୁର୍ବୁତ୍ତ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ । ଥାନାରେ ପୀଡିତାଙ୍କ ପକ୍ଷରୁ ଏତଲା ଦିଆଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ରହିଛି । ସୂଚନା ଅନୁସାରେ କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲା ସଦର ଥାନା ଚାନ୍ଦଗଡ଼ ଅଞ୍ଚଳରେ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଜନ୍ମଦିନ ଉତ୍ସବରେ ଯୋଗଦେଇ ସାଙ୍ଗ ସହ ଫେରୁଥିବା ସମୟରେ ଅଧବାଟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କୁ ନିଛାଟିଆ ଜାଗାକୁ ଉଠାଇ ନେଇ ଯାଇ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ । ସେ ଘରେ ବେହୋସ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ନାବାଳିକାଙ୍କ ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login