ଦେବଗଡ: ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗ । ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ଭାରତ ଫାଇନାନ୍ସ ଅଫିସରେ ରାତି ପ୍ରାୟ ୧୧ ଟା ସମୟରେ ନିଜ କାମ ସାରି ରୀତା ଭିତିରିଆ ସାହି ଠାରେ ଥିବା ନିଜର ଭଡା ଘରକୁ ବାହାରିଥିଲେ । ମାତ୍ର ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି । ରୀତା ଅଫିସ ବାହାରେ ନିଜ ସ୍କୁଟିରେ ବସିବାକୁ ଯାଉଥିବା ବେଳେ ହଠାତ ୨ ଜଣ ଯୁବକ ଆକ୍ରମଣ କରିଥିଲେ । ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ପରେ ପଥର କଚାଡି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
Views: 115











