ଜଳେଶ୍ୱର : ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଆକ୍ରମଣ ଅଭିଯୋଗ । ତାଳସାରୀ ସାମୁଦ୍ରିକ ଥାନାର ମହିଳା ଆଇଆଇସିଙ୍କୁ ସ୍ଥାନୀୟ ଲୋକଙ୍କ ମାଡ । ଭୋଗରାଇ ବ୍ଲକ ଉଦୟପୁରରେ ଚାପା ଉତ୍ତେଜନା । ୨୦ରୁ ଅଧିକ ଅଟକ । ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣ କରିଥିଲେ ଲୋକେ । ଏକ ଦୋକାନ ଘରେ ବନ୍ଦ କରି ଆଇଆଇସିଙ୍କୁ ନିର୍ଯ୍ୟାତନା ସହ ଡ୍ରାଇଭରଙ୍କୁ ମାଡ ।
ସୂଚନା ଅନୁସାରେ, ଭୋଗରାଇର ଉଦୟପୁର ଗାଁ ମଧ୍ୟ ଦେଇ ପାଟ୍ରୋଲିଂ କରୁଥିଲେ ଥାନା ଅଧିକାରୀ। ଉଦୟପୁର ଗାଁର ଜଣେ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଦୋକାନ ଘରେ ପୂରାଇ ଦେଇଥିଲେ । ଥାନାର ଗାଡି ଚାଳକ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରି ଲହୁ ଲୁହାଣ କରିଥିଲେ ଜୁଆଡ୍ଡି। ଏପରିକି ଗାଡିରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭୋଗରାଇ ପୋଲିସ ଓ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ।
ମହିଳା ଥାନା ଅଧିକାରୀଙ୍କୁ ମାଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...