The Ultimate Managed Hosting Platform
ADVERTISEMENT

ମହାଶିବରାତ୍ରୀରେ ଚଳଚଞ୍ଚଳ ଶ୍ରୀଲୋକନାଥଙ୍କ ପୀଠ : ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଅପେକ୍ଷାରେ ଭକ୍ତ

Facebook
Twitter
LinkedIn

ପୁରୀ : ଶୈବ ପୀଠ ମଧ୍ୟରେ ପୁରୀର ଶ୍ରୀଲୋକନାଥଙ୍କ ପୀଠ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଭାବେ ମାନ୍ୟତା ଲାଭ କରିଛି। ମହାଶିବରାତ୍ରୀ ଅବସରରେ ଏଠାରେ ପାଳିତ ହୋଇଥାଏ ପାରମ୍ପରିକ ଜାଗର ଯାତ୍ରା।

ଏଥିପାଇଁ ରାତି ୧୨ ଟାରେ ଦ୍ୱାରଫିଟା ହେବା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋର ପ୍ରାୟ ୪ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । କୋଭିଡ଼ ନିୟମ ଅନୁଯାୟୀ ମୁହଁରେ ମାସ୍କ ପରିଧାନ କରି ଭକ୍ତମାନେ ଲାଇନ୍ ବାନ୍ଧି ଅପେକ୍ଷା କରି ଏହି ପବିତ୍ର ଦିନରେ ଲୋକନାଥଙ୍କୁ ଦର୍ଶନ କରି ଅଶେଷ କୃପା ଲାଭ କରିଥିଲେ। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ଶ୍ରୀଲୋକନାଥଙ୍କ ଦର୍ଶନ ସହ ରାତି ଉଜାଗର ରହି ଦୀପ ଜାଳିବାର ପରମ୍ପରା ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login