ପୁରୀ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେଲା ମହାସ୍ନାନ । ପାଳିଆ ସେବକଙ୍କୁ ସେବାୟତ ଛୁଇଁବାରୁ ହେଲା ମହାସ୍ନାନ । ମଇଲମ ଚାଲିଥିବା ବେଳେ ଛୁଇଁ ଦେଇଥିଲେ ସେବାୟତ । ତେବେ ମହାପ୍ରଭୁଙ୍କର ମହାସ୍ନାନ ନୀତି ପାଇଁ ୧ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ତେବେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ଭକ୍ତ । ସୂଚନା ଅନୁସାରେ ଗତ ୨ ଦିନ ତଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ପାଣିଆ ଆପଟ ସେବକ ପାଣି ନେବା ସମୟେ ପଡ଼ିଯିବାରୁ ବଡ଼ ମହାସ୍ନାନ ହୋଇଥିଲା । ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେତୁ ପ୍ରାୟ ଦୁଇ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ୭ଟା ୫୦ରେ ଅବକାଶ ନୀତି ପରଠାରୁ ଅନ୍ୟାନ୍ୟ ନୀତି ଓ ଦର୍ଶନ ବନ୍ଦ ରହିଥିଲା। ତେବେ ପରେ ପୁଣି ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ ଆରମ୍ଭ କରିଥିଲେ ।
Views: 16