ବାଙ୍କୀ : ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା । ରାତିସାରା ନାକେଦମ ଅଗ୍ନିଶମ ବାହିନୀ । କଥାଟା ଅଡୁଆ ଲାଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀ ଅଞ୍ଚଳରେ । ଗତ ରାତି ପ୍ରାୟ ୧୧ଟା ସମୟରେ ଚନ୍ଦନ ବେହେରା ମାତାଲ ଅବସ୍ଥାରେ ସୁନାଦେଇ ଘାଟରୁ ମହାନଦୀ ଭିତରକୁ ଚାଲିଯାଇଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆଉ ୨ ଜଣ ଯାଇଥିଲେ । ତେବେ ସମସ୍ତେ ଫଶିଯିବାରୁ ବାଙ୍କୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଅଞ୍ଚଳ ଲୋକେ । ଅଗ୍ନିଶମ ବାହିନୀ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନାକେଦମ ହୋଇଥିଲେ ମଦ୍ୟପ । ମହାନଦୀ ଟାପୁରେ ଦୈାଡା ଦୈାଡି କରିଥିବା ବେଳେ ନାକେଦମ ହୋଇଥିଲେ । ଦୀର୍ଘ ୪ ଘଣ୍ଟା ପରେ ଚନ୍ଦନ ପୁଣି ପାଣି ଭିତରକୁ ଡେଇଁଥିଲେ । ଚନ୍ଦନଙ୍କୁ ଉଦ୍ଧାର କରି ବାଙ୍କୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
Views: 97