The Ultimate Managed Hosting Platform
ADVERTISEMENT

ମହାକୁମ୍ଭରେ ଭିଭିଆଇପି ପାସ ମନା, ଯୋଗୀ ସରକାରଙ୍କ ୫ଟି ବଡ ନିଷ୍ପତ୍ତି

Facebook
Twitter
LinkedIn

ପ୍ରୟାଗରାଜ : ମହାକୁମ୍ଭ ଦଳାଚକଟା ଘଟଣା ପରେ ଯୋଗୀ ସରକାରଙ୍କ ୫ ବଡ ନିଷ୍ପତ୍ତି । ମହାକୁମ୍ଭରେ ଭିଭିଆଇପିଙ୍କ ପାସ ଓ ଗାଡିକୁ ସମ୍ପୁର୍ଣ୍ଣ ବାରଣ କଲେ ସରକାର । ୨ରୁଟ ବଦଳରେ ଗୋଟିଏ ରୁଟରେ ଯିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୪ ଯାଏଁ ଚାରି ଚକିଆ ଗାଡି ପ୍ରବେଶ ଉପରେ କଟକଣା । ଭବିଷ୍ୟତରେ ଦଳାଚକଟା ପରିସ୍ଥିତିକୁ ଏଡାଇବା ସହ ମେଳାରେ ସୁରକ୍ଷା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନା ଅନୁସାରେ ଗତକାଲି ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା ହୋଇଥିଲା । ଏଥିରେ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା । ଆହତମାନଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମ ସ୍ଥଳରେ ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login