ମସ୍କୋ: ରୁଷ ରାଜଧାନୀ ମସ୍କୋରେ ଆତଙ୍କୀ ହମଲା । ମସ୍କୋର ଏକ କନସର୍ଟ ହଲରେ ଆଖିବୁଜା ଗୁଳିମାଡ । ଗୁଳିମାଡରେ ୬୦ଜଣଙ୍କର ଚାଲିଗଲା ଜୀବନ । ୧୪୫ରୁ ଅଧିକ ଜଣ ହୋଇଛନ୍ତି ଗୁରୁତର । ୪ରୁ ୫ ଆତଙ୍କବାଦୀ ଗୁଳିମାଡ କରିଥିବା ସୂଚନା ରହିଛି । ମସ୍କୋ କନସର୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ ଷ୍ଟେଟ-ଆଇଏସଆଇଏସ । ମସ୍କୋର କ୍ରୋକସ ସିଟି ହଲ କନସର୍ଟ ଭେନ୍ୟୁରେ ଆତଙ୍କବାଦୀମାନେ ପଶି ହଠାତ ମେସିନ ଗନରୁ ଗୁଳିମାଡ କରିଥିଲେ । ଏହା ପରେ ଜଣଙ୍କ ପରେ ଜଣେ ଟଳିପଡିଥିଲେ । ଏଥିସହ କୋଠାରେ ନିଆଁ ଲାଗି ଯାଇଥିଲା । ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଲୋକମାନଙ୍କର ଆର୍ତ୍ତ ଚିକ୍ରାରରେ ସାରା ଅଞ୍ଚଳ ଫାଟି ପଡୁଥିଲା । ନିଆଁ ଲାଗି ଯିବାରୁ କ୍ରୋକସ ସିଟି ହଲ ଛାତ ଭୁଶୁଡି ପଡିଥିଲା । ଆହତ ମାନଙ୍କୁ ଡାକ୍ତରଖାନା ନେବା ପାଇଁ ୫୦ ଆମ୍ବୁଲାନ୍ସ ଟିମକୁ ମୁତୟନ କରାଯାଇଥିଲା ।
Views: 125