The Ultimate Managed Hosting Platform
ADVERTISEMENT

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଡ୍ରାଇଭର ମୃତ

Facebook
Twitter
LinkedIn

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ର କଟିପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘଟଣା ସ୍ଥଳରେ ଡମ୍ପର ଡ୍ରାଇଭର ମୃତ । ସୂଚନା ଅନୁଯାୟୀ ଆଜି ଭୋର ସମୟରେ କଟିପୋଲ ନିକଟରେ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ ହାଇୱା ଛିଡା ହୋଇ ଥିଲା, ଏହି ସମୟର ଏକ ଡମ୍ପର ଦ୍ରୂତଗତିରେ ଆସି ପଛ ପଟୁ ଧକ୍କା ଦେଇ ଥିଲା, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଡମ୍ପରର ଡ୍ରାଇଭର ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇ ଥିଲା । ଖବର ପାଇ ବସ୍ତା ପୋଲିସ, ଅଗ୍ନିଶମବିଭାଗ, ସ୍ଥାନୀୟ ଲୋକଙ୍କ ସହାୟତାରେ ଗ୍ୟାସ କଟର ସାହାଯ୍ୟରେ କାଟି ମୃତ ଶରୀର କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ, ଦୁଇଟି ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login