
ଅନୁଗୁଳ : ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପିଟିଲା ଟ୍ରକ । ଏପରି ଦୁର୍ଘଟଣା ଘଟିଛି ଅନୁଗୁଳ ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥ କଲଣ୍ଡା ନିକଟରେ । ଘଟଣାସ୍ଥଳରେ ବାପ-ଝିଅଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ମୃତକଙ୍କ ନାମ ସୁନୀଲ କୁମାର ସାହୁ ଓ ଝିଅ ଶିଖାରୀଣୀ ସାହୁ ବୋଲି ଜଣାପଡିଛି । ଝିଅ ଶିଖାରାଣୀ ରାଣୀ ସାହୁ କଣିହାଁ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ସୁନୀଲ କୁମାର ସାହୁ କଣିହାଁର ଶିକ୍ଷା ବିଭାଗର ଏବିଓ ଥିବା ଜଣା ପଡିଛି। ଉଭୟେ ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କର ଖମାର ସ୍ଥିତ ବାସଭବନରୁ ଡ୍ୟୁଟି ପାଇଁ ଯାଉଥିଲେ। ହେଲେ ଅନୁଗୁଳ ପାଲଲହଡ଼ା ୧୪୯ ଜାତୀୟ ରାଜପଥ ନିକଟରେ ଟ୍ରକଟି ଆସି ବାଇକ୍କୁ ପିଟିଥିଲା । ଯାହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୁତ୍ୟୁ ହୋଇଛି। ମୁତ୍ୟୁକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଖମାର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ପ୍ରକ୍ରିୟା ଜାରୀ କରିଛି । ।
Views: 256