The Ultimate Managed Hosting Platform
ADVERTISEMENT

ମମତା ଦିଦିଙ୍କୁ କଡା ଜବାବ ଦେଲେ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ

Facebook
Twitter
LinkedIn

ଭୁବନେଶ୍ବର: ବାଘକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଉପରେ କଡା ଜବାବ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ । ସେ କହିଛନ୍ତି, ଓଡ଼ିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେମିତି ସମ୍ମାନ ଦେବେ, ସେମିତି ସମ୍ମାନ ପାଇବେ। ଆଇନ୍ ସବୁ ରାଜ୍ୟ ପାଇଁ, ସମସ୍ତେ ମାନିବା କଥା। ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆହୁରି କହିଛନ୍ତି, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର। କେନ୍ଦ୍ରରେ ନରେନ୍ଦ୍ର ମୋଦୀଜୀଙ୍କ ସରକାର ଓ ଓଡ଼ିଶାରେ ବିଜେପିର ମୋହନ ଚରଣ ମାଝୀଙ୍କ ସରକାର ଅଛି ବୋଲି ତାଙ୍କର ଟିକେ ଆକ୍ରୋଶ ଅଛି। ଆମ ପାଖରେ ପର୍ୟ୍ୟାପ୍ତ ଜଙ୍ଗଲ ଅଛି। ଜଙ୍ଗଲ ଯେଉଁଠି ଅଛି ଜୀବଜନ୍ତୁ ସେଠାକୁ ଯିବେ। ବାଘ ରଖିବା ପାଇଁ ଆମ ପାଖରେ ଜାଗା ନ ଥିଲେ ଶିମିଳିପାଳ ଭଳି ଅଭୟାରଣ୍ୟ କେମିତି ଅଛି? ଜାତୀୟ ଜଙ୍ଗଲ ନିୟମ ଅନୁସାରେ ସବୁ ସରକାର ସହଯୋଗ କରିବା କଥା। ସବୁ ସରକାରଙ୍କ ସହଯୋଗ ଆମେ ଆଶା କରୁଛୁ। ଆମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ସେଠାକାର ବନ ବିଭାଗକୁ ଧନ୍ୟବାଦ ଦେଉଛୁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login