କୋରାପୁଟ : ପୂଜକଙ୍କ ହାତଗୋଡ ବନ୍ଧା ମୃତଦେହ ଉଦ୍ଧାର । କେହି ହତ୍ୟା କରିଥିବା କରାଯାଉଛି ସନେ୍ଦହ । ଟାଉନ ଥାନା ବୁଢୀ ଠାକୁରାଣୀ ମନ୍ଦିର ପୂଜକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ରମେଶ ଚନ୍ଦ୍ର ତ୍ରୀପାଠି । ଘରର ଆସବାବ ପତ୍ର ଏଣେ ତେଣେ ପଡ଼ିଥିବା ବେଳେ ପୂଜାରୀଙ୍କ ହାତ ଗୋଡ଼ ବନ୍ଧା ହୋଇଥିବା ମୃତ ଦେହ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ କୋରାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।
Views: 94