ନୂଆଦିଲ୍ଲୀ : ମନ କି ବାତରେ “ଅପରେସନ ସିନ୍ଦୂର”ର ପ୍ରଶଂସା କଲା ପ୍ରଧାନମନ୍ତ୍ରୀ । ପୂରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ କହିଲେ ମୋଦି । ଆଜି ଲୋକଙ୍କ ମନରେ ଆକ୍ରୋଶ ରହିଛି , କିନ୍ତୁ ଆମେ ସଂକଳ୍ପବଦ୍ଧ । ଆତଙ୍କବାଦ ଶେଷ କରିବା ଭାରତର ସଂକଳ୍ପ । “ଅପରେସନ ସିନ୍ଦୂର”ରେ ସେନାର ପରାକ୍ରମକୁ ନେଇ ଦେଶ ଗର୍ବିତ । ଏହା କେବଳ ସୈନ୍ୟ ମିଶନ ନୁହେଁ , ବଦଳୁଥିବା ଭାରତର ଛବି । “ଅପରେସନ ସିନ୍ଦୂର” ସାହାସ ଓ ସଂକଳ୍ପର ପ୍ରତୀକ । “ଅପରେସନ ସିନ୍ଦୂର”ରେ ଆତ୍ମନିର୍ଭର ଭାରତର ଝଲକ । ସେନା ଆତଙ୍କବାଦୀଙ୍କ ଠିକଣା ଧ୍ୱଂସ କଲା । ଏହା ସେନାର ଅଦ୍ୟମ ସାହସ ସହ ଭାରତୀୟ ଯୁଦ୍ଧାସ୍ତ୍ରର ଶକ୍ତି ପାଇଁ ସମ୍ଭବ । ଏବେ “ଭୋକାଲ ଫର ଲୋକାଲ” ନୂତନ ଶକ୍ତି ଭାବେ ଦେଖାଦେଇଛି । ଅପରେସନ ସିନ୍ଦୂର ପୂରା ଦେଶବାସୀଙ୍କୁ ପ୍ରଭାବିତ କରିଛି । ଏବେ ଅନେକ ଦମ୍ପତି ନବଜାତ ଶିଶୁଙ୍କ ନାଁ ‘ସିନ୍ଦୂର’ ରଖୁଛନ୍ତି । ଦେଶରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଲୋକେ ଗୁରୁତ୍ୱ ଦେଉଛନ୍ତି ।
Views: 68