ବ୍ୟୁରୋ : ଭେଣ୍ଡି ଏପରି ଏକ ପନିପରିବା ଯାହା ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ବି -୬, ଭିଟାମିନ୍ ଡି, କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଇରନ୍ ର ଭଣ୍ଡାର ଅଟେ । ସେଥିପାଇଁ ଏହାକୁ ଖାଇଲେ ଶରୀରକୁ ଅନେକ ଲାଭ ମିଳିବ । ଭେଣ୍ଡି ଖାଇବା ଦ୍ୱାରା ଓଜନ ହ୍ରାସ ଏବଂ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ । ଭଣ୍ଡୀ ସାଧାରଣତଃ ଷ୍ଟଫ୍ ଭେଣ୍ଡି କିମ୍ବା ମସାଲା ଭେଣ୍ଡି ତିଆରି ହୋଇଥାଏ । ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଭେଣ୍ଡି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ଶାହି ଭଣ୍ଡି ରାନ୍ଧି ଖାଇଛନ୍ତି କି? ଯଦି ନୁହେଁ, ତେବେ ଆଜି ଆମେ ଆପଣଙ୍କୁ ଶାହି ଭଣ୍ଡି ତିଆରି କରିବାର ରେସିପି କହିବୁ । ଶାହି ଭଣ୍ଡି ସ୍ୱାଦରେ ବହୁତ ସ୍ୱାଦିଷ୍ଟ ଏବଂ ମସଲାଯୁକ୍ତ ଦେଖାଯାଏ । ଏହାକୁ ମାତ୍ର ୧୫ ମିନିଟରେ ସ୍ନାକ୍ସ ଭାବରେ ପ୍ରସ୍ତୁତ କରି ଆପଣ ଖାଇପାରିବେ , ତେବେ ଆସନ୍ତୁ ଜାଣିବା କିପରି ଶାହି ଭଣ୍ଡି ତିଆରି କରିବେ ……
ଆବଶ୍ୟକ ସାମଗ୍ରୀ : ଭେଣ୍ଡି ୫୦୦ ଗ୍ରାମ , କଙ୍କା ଟମାଟୋ ୨ଟା , କଟା ପିଆଜ ୨ଟା , ରସୁଣ ୫ଟା ଖୋଲା , ଅଦା , ଲଙ୍କା ୨ଟ , ଲାଲ ଲଙ୍କା ଗୁଣ୍ଡ ୧ ସ୍ପୁନ , ହଳଦୀ ପାଉଡର ୩-୪ ସ୍ପୁନ , ଧନିଆ ପାଉଡର ୧ ଚାମଚ, ଦହି ୧ ଚାମୁଚ, କ୍ରିମ ୧ ଚାମଚ , ସ୍ୱାଦ ଅନୁସାରେ ଲୁଣ , ତେଲ , ସ୍ୱାଦ ଅନୁସାରେ କାଜୁ, ବାଦାମ, ତେଜପତ୍ର ଏବଂ ଡାଲଚିନି
ପ୍ରସ୍ତୁତି : ପ୍ରଥମେ କଡେଇରେ ତେଲ ଅଳ୍ପ ଦେଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ । ଏହା ପରେ ସେଥିରେ ଟମାଟୁ, ପିଆଜ , ରସୁଣ, ଲଙ୍କା, ବାଦାମ ଏବଂ କାଜୁ ପକାଇ ଭାଜନ୍ତୁ । ଏହା ପରେ ପାଣି ଦେଇ ସିଝିଲା ଯାଏଁ ବସାନ୍ତୁ । ଏହା ପରେ ସେହି ସାମଗ୍ରୀକୁ ଏକ ପାତ୍ରକୁ ଆଣି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲା ପରେ ତାହାକୁ ଗ୍ରାଇଣ୍ଡି କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ପୁଣି ଥରେ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ ଭେଣ୍ଡି ପକାଇ ଭାଜନ୍ତୁ । ଭେଣ୍ଡି ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏହା ପରେ କଡେଇରେ ତେଲ ପକାନ୍ତୁ । ସେଥିରେ ତେଜପତ୍ର ଡାଲଚିନି ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟ କୁ ପକାନ୍ତୁ । ଏହା ପରେ ଲୁଣ , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ , ଦହି ପକାନ୍ତୁ । ଏହା ପରେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ । ଏହା ପରେ ଅଧା ଭଜା ହୋଇଥିବା ଭେଣ୍ଡି ପକାନ୍ତୁ । ଏହାକୁ ୩-୪ ମିନିଟ ଯାଏଁ ଭାଜନ୍ତୁ । ଏଥିରେ କ୍ରିମ ପକାନ୍ତୁ । ଆପଣ ଏଥିରେ ଗରମ ମସାଲା ଏବଂ କସ୍ତୁରୀ ମେଥି ମଧ୍ୟ ପକାଇ ପାରିବେ । ଏବେ ପ୍ରସ୍ତୁତ ହୋଇଗଲା ଶାହି ଭେଣ୍ଡି । ଆପଣ ଏହାକୁ ଭାତ ଏବଂ ରୁଟି ସହ ଖାଇ ପାରିବେ ।
ମଧ୍ୟାହ୍ନ ଭୋଜନ ପାଇଁ ବନାନ୍ତୁ ଶାହି ଭେଣ୍ଡି , ସ୍ୱାଦ ଟେଷ୍ଟି ହୋଇଥିବା ବେଳେ ପେଟ ରହିବ ସୁସ୍ଥ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











