ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ । ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରତି ରାଜିନାମା । ଆମେରିକା ମଧ୍ୟସ୍ଥତାରେ ଉଭୟ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଯୁଦ୍ଧ ବିରତି ରାଜିନାମା ହୋଇଛି । ଏନେଇ ଆମେରିକା ରାଷ୍ଟ୍ରପତି ବାଇଡେନ ଘୋଷଣା କରିଛନ୍ତି । ରାଜିନାମା ଲାଗୁ ଯୋଗୁ ଇସ୍ରାଏଲ-ଲେବାନନ ସୀମାରେ ଲଢ଼େଇରେ ଅବସାନ ଘଟିବ । ପରବର୍ତ୍ତୀ ୬୦ ଦିନରେ ଇସ୍ରାଏଲ ପର୍ୟ୍ୟାୟକ୍ରମେ ବାକି ସେନାକୁ ଅପସାରଣ କରିବ ବୋଲି ବାଇଡେନ କହିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଲେବାନନର ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଫୋନରେ କଥା ହୋଇଥିଲେ । ଯୁଦ୍ଧ ବିରତି ପାଇଁ ସେମାନେ ଆମେରିକା ପ୍ରସ୍ତାବରେ ରାଜି । ଇସ୍ରାଏଲ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ ଯୁଦ୍ଧ ବିରତି ଏଗ୍ରିମେଣ୍ଟକୁ ଅନୁମୋଦନ କରିଛି । ତେବେ ରାଜିନାମାର ଉଲ୍ଲଂଘନ କଲେ କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି । ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ବିରାମ ନେଇ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ମିଳିତ ବିବୃତିନାମା ଜାରି କରିଛନ୍ତି । କୂଟନୈତିକ ସ୍ତରରେ ବହୁ ସପ୍ତାହ ଧରି ଆଲୋଚନା ଶେଷରେ ଉଭୟ ଇସ୍ରାଏଲ ଓ ଲେବାନନ ଯୁଦ୍ଧ ବିରାମ ପାଇଁ ରାଜିନାମାକୁ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି । ଏଥିପାଇଁ ପଦକ୍ଷେପ ନେଇଥିବାରୁ ମାକ୍ରନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବାଇଡେନ ।
ମଧ୍ୟ ପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ ! ଅସ୍ତ୍ର ବିରତି ପ୍ରସ୍ତାବକୁ ଇସ୍ରାଏଲ କ୍ୟାବିନେଟରେ ଅନୁମୋଦନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











