ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଏବେ ଦ୍ୱନ୍ଦ ଲାଗିରହିଛି । ବିଜେଡି ଟିକେଟ୍ ଘୋଷଣାରେ ବିଳମ୍ବ ହେଉଛି। ଯେତିକି ବିଳମ୍ବ ହେଉଛି, ସ୍ଥିତି ସେତିକି ବିଗିଡ଼ିବାରେ ଲାଗିଛି। ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ସହଜରେ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ତାଙ୍କ ବିରୋଧୀ। କର୍ପୋରେଟର୍ ଅମରେଶ ଜେନା(ବାଇଁଆ) ବୁନୁଙ୍କ ବିରୋଧୀ ଭାବେ ଜଣାଶୁଣା ପୂର୍ବତନ କର୍ପୋରେଟରଙ୍କୁ ଏକାଠି କରି ଟିକେଟ ପାଇଁ ନିଜର ଅଭିଯାନ ଜାରି ରଖିଛନ୍ତି। କିନ୍ତୁ ବୁନୁ ପୁନର୍ବାର ଟିକେଟ ନେବେ ବୋଲି ଚର୍ଚ୍ଚା ଜୋର୍ ଧରୁଥିବାରୁ ଅସନ୍ତୁଷ୍ଟମାନେ ବିକଳ୍ପ ବାଟ ବାହାର କଲେଣି। ଗତକାଲି ବିଳମ୍ବିତ ରାତିରେ ୧୧ ଜଣ ପୂର୍ବତନ କର୍ପୋରେଟର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟି ପ୍ରାରମ୍ଭିକ ଆଲୋଚନା କରିଛନ୍ତି। ବୁନୁଙ୍କୁ ବିଜେଡି ଟିକେଟ ମିଳିଲେ ସେମାନେ ସିଧା ବିଜେପିରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ଦଳ କାହାକୁ ଦେବ ଟିକେଟ ବୁନୁଙ୍କୁ ନା କିଏ ନୂଆ ଚେହେରା ହେବେ ପ୍ରାର୍ଥୀ ତା ଉପରେ ରହିଛି ସମସ୍ତଙ୍କ ନଜର ।
ମଧ୍ୟ ନିର୍ବାଚନ ମଣ୍ଡଳୀରେ ବଢୁଛି ଦ୍ୱନ୍ଦ , ଅପରାଜିତାଙ୍କ ସହ ବିଜେଡି କର୍ପୋରେଟରଙ୍କ ବୈଠକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











