ଭୁବନେଶ୍ୱର : ସମଗ୍ର ଦେଶରେ ପ୍ରଥମ ଥର ପାଇଁ ସବୁଠୁ ବଡ ମାତ୍ରାରେ କଳା ଟଙ୍କା ଜବତ୍ ହେବା ଘଟଣାକୁ ଆଜି ମାସେ ପୁରିଲା । ଓଡିଶାରେ ଜଣେ ମଦ ବ୍ୟବସାୟୀଙ୍କ ଉପରେ ଆୟକର ବିଭାଗ ତରଫରୁ ରେଡ୍ କରାଯାଇ ୩୫୦କୋଟିରୁ ଉର୍ଦ୍ଧ୍ୱ କଳାଟଙ୍କା ସମେତ ପ୍ରଚୁର ମାତ୍ରାରେ ସୁନା, ରୁପା, ହୀରା ଜବତ୍ କରାଗଲା । ସମଗ୍ର ଦେଶରେ ଓଡିଶାକୁ ନିନ୍ଦିତ କରିଥିବା ଏହି ଘଟଣାରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାଁନ୍ତି, ଯାହାକି ଅତ୍ୟନ୍ତ ଆଶ୍ଚର୍ୟ୍ୟର ବିଷୟ । ବାସ୍ତବରେ ବିଜେଡିର ଦଳୀୟ ଚାନ୍ଦା ପାଇଁ ଏହି କଳାଟଙ୍କା ଗଚ୍ଛିତ ରଖାଯାଇଥିଲା ଏବଂ ଏହି କାରଣରୁ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଜବତ୍ ହୋଇଥିବା ୩୫୦ କୋଟି ଟଙ୍କା କାହାର ? ମଦ ମାଫିଆ ସାହୁ ବ୍ରଦର୍ସଙ୍କ ସହ ବିଜେଡିର ସଂପର୍କ କ’ଣ ? ନଗଦରେ ମହୁଲ କିଣିବା ପାଇଁ ଏବଂ ରାଜ୍ୟ ସରକାରଙ୍କ ମଦ ନୀତି ପାଇଁ ଟଙ୍କା ଗଚ୍ଛିତ ରଖାଯାଇଥିଲା ବୋଲି ମଦ ବେପାରୀ ସ୍ପଷ୍ଟୀକରଣ ଦେଇଛନ୍ତି । ଯଦି ମହୁଲ ଚାଷୀଙ୍କ ବକେୟା ଟଙ୍କା ଅଛି ତାହା ତୁରନ୍ତ ପ୍ରଦାନ କରାଯାଉ । କିନ୍ତୁ କେଉଁ ସରକାରୀ ପଲିସି ପାଇଁ କଳାଟଙ୍କା ଗଚ୍ଛିତ ଥିଲା, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ । ଏପରିକି “ଏସ୍ଆଇଟି ଅନ୍ ବ୍ଲାକ ମନି” ଦ୍ୱାରା ତଦନ୍ତ କରିବା ପାଇଁ ନିଜକୁ ସ୍ୱଚ୍ଛ ବୋଲି କହୁଥିବା ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି ।
ରାଜ୍ୟ ସରକାରଙ୍କ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ଘରୋଇ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା କାରଣରୁ ଦୁଇ ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଭୁବନେଶ୍ୱରସ୍ଥିତ ଘରୋଇ ହାଇଟେକ୍ ମେଡିକାଲ କଲେଜରେ ଗତ ୭ ଦିନ ଧରି ଦୁର୍ଘଟଣା ଜନିତ ଚିକିତ୍ସିତ ହେଉଥିବା ଏବଂ ମୃତକଙ୍କ ପରିଚୟ ମିଳିନପାରିବା ଅତ୍ୟନ୍ତ ଆଶ୍ଚର୍ୟ୍ୟର ବିଷୟ । ଘରୋଇ ଡାକ୍ତରଖାନାର ହେୟଜ୍ଞାନ ଏବଂ ପୋଲିସ୍ ପ୍ରଶାସନର ଦାୟୀତ୍ୱହୀନତା କାରଣରୁ ଜଣଙ୍କ ମୃତ ଶରୀରକୁ ଅନ୍ୟ ଜଣଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି, ଯାହାକି ଏକ ଗର୍ହିତ ଓ ଅକ୍ଷମଣୀୟ ଅପରାଧ । ଅତୀତରେ ରାଜ୍ୟର ଗୋଟିଏ ଘରୋଇ ମେଡିକାଲରେ ନିଆଁ ଲାଗିବା ଘଟଣାରେ ମେଡିକାଲର ମାଲିକଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ହାଇଟେକ୍ରେ ମାଲିକ ବିଜେଡିର ହୋଇଥିବାରୁ ଏଯାଏଁ ଗିରଫ କରାଯାଇନାହିଁ । ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଉଭୟ ମେଡିକାଲ କଲେଜ କର୍ତୃପକ୍ଷ ଏବଂ ପୋଲିସ୍ ପ୍ରଶାସନ ବିରୁଦ୍ଧରେ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରାଯିବା ଉଚିତ୍ । ଏଥି ସହ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୁରଣ ରାଶି ଦେବା ସହିତ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍, ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ମଦ ମାଫିଆଙ୍କଠାରୁ କଳାଟଙ୍କା ଜବତ୍ ପ୍ରସଙ୍ଗରେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ : ମନୋଜ ମହାପାତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











