ଭୁବନେଶ୍ୱର : ନୂଆ ବର୍ଷ ପାଇଁ କମିଶନରେଟ ପୋଲିସର ଜୋରଦାର ଚେକିଂ । ରାଜଧାନୀରେ ବେପରୁଆ ୧୩ ଗାଡି ଚାଳକଙ୍କ ସହ ଗାଡି ଅଟକ । ମଦ ପିଇ ବେପରୁଆ ଗାଡି ଚାଳନା ପାଇଁ ୧୩ ଡ୍ରାଇଭର ଅଟକ । ଇନଫୋସିଟି ଥାନା ଅଞ୍ଚଳରୁ ସବୁ ଗାଡି ଜବତ ହୋଇଥିବା ସୂଚନା । ରାଜଧାନୀରେ ଏନକାଉଣ୍ଟର ପରେ ସୁରକ୍ଷା କଡାକଡି ହୋଇଛି । ତେଣୁ ମଦ ପିଇ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । ଗାଡି ସିଜ କରିବ ପୋଲିସ । ନୂଆ ବର୍ଷ ପାଇଁ ରାଜଧାନୀ ବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚେକିଂ ବ୍ଲକିଂକୁ ଜୋରଦାର କରିଛି ପୋଲିସ ।
Views: 94











