ଭୁବନେଶ୍ୱର : ମଣିଷ ଦେହରେ ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀରେ ବାର୍ଡ ଫ୍ଲୁ ବ୍ୟାପିଚି । ମଙ୍ଗଳପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନମୁନା ପରୀକ୍ଷଣ ପାଇଁ ଭୋପାଳ ପଠାଯାଇଛି । ବ୍ୟକ୍ତିଙ୍କୁ ଥଣ୍ଡା , କାଶ ଜ୍ୱର ହେଉଥିଲା ।
ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡା ମରା ଅଭିଯାନକୁ ଜୋରଦାର କରାଯାଇଛି । ୪ ଦିନରେ ୨୮ ହଜାରରୁ ଅଧିକ ବ୍ରଏଲର ମରାଯାଇଥିବା ବେଳେ ଆଜି ମଧ୍ୟ କୁକୁଡା ମରାଯିବ ବୋଲି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରେ ଗୋଟିଏ କିମିରୁ ୧୦ କିମି ଭଇତରେ ସର୍ଭେଲାନ୍ସ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ।
Views: 65











