ଭଦ୍ରକ: ଆରଏମସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ମଣିଷ କଙ୍କାଳ ଠାବ । ଏକ ଜଙ୍ଗଲିଆ ସ୍ଥାନ ସଫା କରିବା ବେଳେ ମିଳିଲା କଙ୍କାଳ । ପାଖରେ ଏକ ବ୍ୟାଗ , ଚପଲ ଦଉଡି ପଡି ରହିଛି । ଘଟଣାସ୍ଥଳରେ ପୁରୁଣା ବଜାର ପୋଲ୍ିସ ପହଁଚି ଘଟଣାର ତଦନ୍ତ କରିଛି । ସେଠାରୁ ସାଇଣ୍ଟଫିକ୍ ଟିମ୍ ମଣିଷର ନରକଙ୍କାଳ , ଗୋଟିଏ ବ୍ୟାଗ , ପ୍ୟାଣ୍ଟସାର୍ଟ ଓ ଚପଲ ଉଦ୍ଧାର କରିଛି । ନରକଙ୍କାଳ ପଡିଥିବା ନିକଟରେ ଏକ ଦଉଡି ଲାଗିଥିବାର ଦେଖିବାକୁ ପାଇଥିଲା ପୁରୁଣା ବଜାର ପୋଲିସ । ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
Views: 95











