ନୂଆଦିଲ୍ଲୀ : ଥମିବାର ନାଁ ଧରୁନି ମଣିପୁର ହିଂସା । ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା । ଭିଡିଓ ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ସୂଚନା । ପୋଲିସ ଏହି ଘଟଣାରେ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସବୁ ଦୋଷୀଙ୍କୁ ଧରିବାକୁ ପଦକ୍ଷେପ ନିଆଯାଉଛି ବୋଲି ପୋଲିସ କହିଛି । ଦୋଷୀ ଯେପରି ମୃତ୍ୟୁଦଣ୍ଡ ପାଇବେ ସେଥିପାଇଁ ପଦକ୍ଷେପ ନିଆଯାଉଛି ।
ସୂଚନା ଅନୁଯାୟୀ, ମଣିପୁରରେ ଦୁଇ ମହିଳାଙ୍କ ନିବସ୍ତ୍ର କରି ରାସ୍ତାରେ ବୁଲାଇବାର ଅତି ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । କେବଳ ନିବସ୍ତ୍ର କରି ବୁଲାଇବା ନୁହେଁ ବରଂ ଗଣଦୁଷ୍କର୍ମ କରିଥିବା ଜଣାପଡିଛି । ମହିଳା ଦୁଇଜଣଙ୍କୁ ଦୁଷ୍କର୍ମ ଏବଂ ମାରପିଟ୍ କରିଥିବାରୁ ସେ କିଛି କହିବା ଅବସ୍ଥାରେ ନାହାନ୍ତି । ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯାଇଛି ।
ଖବର ମୁତାବକ, ଘଟଣା ଗତ ମଇ ୪ ତାରିଖରେ ଘଟିଥିଲା ବୋଲି ପୋଲିସ କହିଛି । ଘଟଣା ଘଟିବାର ୨ ସପ୍ତାହ ପରେ ମହିଳା ଦୁଇଜଣ ଥାନାରେ ଆସି ଅଭିଯୋଗ କରିଛନ୍ତି । ଏଭଳି ଖବର ଜଣାପଡିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ମାମଲାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ସଂଘବଦ୍ଧ ଲୋକମାନେ ମହିଳା ମାନଙ୍କୁ ନିବସ୍ତ୍ର କରିବା ସହିତ ସେମାନଙ୍କୁ ଗଣଷ୍ଦୁଷ୍କର୍ମ କରିଛନ୍ତି ।
ତେବେ ମଣିପୁରରେ ଏପର୍ୟ୍ୟନ୍ତ ହିଂସା ଲାଗି ରହିଛି । ଗତ ୪ ମଇରୁ ଇଣ୍ଟରନେଟ ବନ୍ଦ ରହିଛି । ଏହି ହିଂସାରେ ଏପର୍ୟ୍ୟନ୍ତ ୧୨୦ରୁ ଅଧିକ ଲୋକ ମଲେଣି ଆଉ ହଜାରରୁ ଅଧିକ ଲୋକେ ବିସ୍ଥାପିତ ହେଲେଣି ।
ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣା , ଜଣେ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











