ନୂଆଦିଲ୍ଲୀ : ମଣିପୁରରେ ହିଂସା ଥମିବାର ନାଁ ଧରୁନାହିଁ। କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ନିଷିଦ୍ଧ ଉଗ୍ରବାଦୀ ଗୋଷ୍ଠୀ କୁକି ଜନଜାତିର ୩ ଲୋକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସୂଚନା ମୁତାବକ, ଆକ୍ରମଣକାରୀମାନେ ଏକ ଗାଡ଼ିରେ ଆସିଥିଲେ। ସେମାନେ ଇମ୍ଫାଲ ପଶ୍ଚିମ ଏବଂ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ଇରେଙ୍ଗ ଓ କରମ୍ ଅଞ୍ଚଳ ମଧ୍ୟରେ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଏହି ଗ୍ରାମ ପାହାଡ଼ ଉପରେ ଅବସ୍ଥିତ ଏବଂ ଏଠାରେ ଆଦିବାସୀମାନେ ବସବାସ କରୁଛନ୍ତି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ନ ଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣା ସକାଳ ୮ଟା ୨୦ ମିନିଟ୍ରେ ଘଟିଥିଲା। କହି ରଖୁଛୁ, ସେପ୍ଟେମ୍ବର ୮ରେ ତେଙ୍ଗନୁପାଲ ଜିଲ୍ଲାର ପଲେଲରେ ଘଟିଥିବା ହିଂସା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ହିଂସାକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାଥାଉ କି, ଗତ ମେ’ ୩ରୁ ମଣିପୁରରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଲଗାତାର ସଂଘର୍ଷ ଚାଲିଛି। ଏହି ହିଂସାକାଣ୍ଡରେ ଏ ପର୍ୟ୍ୟନ୍ତ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ମଣିପୁରରେ ହିଂସା ଜାରି ରହିଛି।
ମଣିପୁର ହିଂସା: କୁକି ସମ୍ପ୍ରଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











