ଇମ୍ଫାଲ : ଥମୁନି ମଣିପୁର ହିଂସା । ମଣିପୁରରେ ହିଂସା ଯୋଗୁଁ ଅଧିକ ସଂଖ୍ୟାରେ ନିଜ ନିଜ ଘରକୁ ଫେରୁଛନ୍ତି ଲୋକ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାରଏସିଆ ସମେତ କେତେଗୁଡ଼ିଏ ଏୟାରଲାଇନ୍ ସେମାନଙ୍କର ବିମାନଯାତ୍ରା ଶୁଳ୍କ ବଢାଇ ଦେଇଛନ୍ତି । ହଠାତ୍ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟର ଦାମ୍ ବଢିଥିବା କଥା ଏୟାରଲାଇନ୍ କହିଛନ୍ତି ।
ଇମ୍ଫାଲ୍ ଓ କୋଲକତା ମଧ୍ୟରେ ଯିବାଆସିବା କରିବା ପାଇଁ ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡିଥାଏ । ଇମ୍ଫାଲ୍ରୁ ଗୌହାଟି ଯିବା ପାଇଁ ବି ଭଡ଼ା ସେତିକି ପଡ଼ିଥାଏ। ହିଂସା ବଢୁଥିବା ଯୋଗୁଁ କୋଲକତା ଲୋକେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ତେଣୁ ଅଧିକ ଦାମରେ ବିମାନ ଟିକେଟ କରି ଫେରିବାକୁ ବାଧ୍ୟ ହେଉଛନ୍ତି । ସହର ଛାଡୁଥିବା ଲୋକଙ୍କ ସଂଖ୍ୟା ଏତେ ରହିଛି ଯେ, ବିମାନବନ୍ଦର ବସ୍ ଷ୍ଟାଣ୍ଡ କିମ୍ବା ରେଲେଓ୍ଵ ଷ୍ଟେସନ ଭଳି ନଜର ଆସିଛି । ଅନେକ ଲୋକ ନିଜ ବିମାନକୁ ଅପେକ୍ଷା କରି ତଳେ ବସିଥିବା, ଶୋଇଥିବା ନଜର ଆସିଛନ୍ତି ।ଇମ୍ଫାଲ ଏବଂ କୋଲକତାକୁ ଆସୁଥିବା ସବୁ ବିମାନ ଫୁଲ ରହିଛି । ତେବେ ଆଗାମୀ କିଛି ଦିନ ପାଇଁ ବିମାନ ଯାତ୍ରା କମ୍ ହେବାର ସମ୍ଭାବନା ନାହିଁ ବୋଲି କିଛି ଟ୍ରାଭେଲ ଏଜେଣ୍ଟ କହିଛନ୍ତି । ଏପର୍ୟ୍ୟନ୍ତ କିଛି ସହରରେ ଇଣ୍ଟରନେଟ ବନ୍ଦ ରହିଛି । ଦୋକାନ ମଧ୍ୟ ବନ୍ଦ ରହିଛି । ରବିବାର କିଛି ସମୟ ପାଇଁ ବଜାର ଏବଂ ଦୋକାନ ଖୋଲିଥିଲା । ସଂରକ୍ଷଣ ଦାବିକୁ ନେଇ ମଣିପୁରରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଲୋକମାନେ ସ୍ଥାନ ଛାଡିବାକୁ ବାଧ୍ୟ ହେଉଛନ୍ତି ।
ମଣିପୁର ହିଂସା : ବିମାନବନ୍ଦର, ବସ୍ ଷ୍ଟାଣ୍ଡରେ ଲାଗିଛି ଭିଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











